।।।।ଶିଶୁ।।।। ( ଶିଶୁ କବିତା।)
ଲହୁଣୀ ଠାରୁ ଅଟେ କୋମଳ
ଶିଶୁର ମନ ପରା,
ପିତା-ମାତାଙ୍କ ଦୁଃଖ ପାଶୋରା
ମନ୍ଦାକିନୀର ଧାରା। (୧)।।
ହସିଲେ ଯେବେ ଫୁଟଇ ଫୁଲ
ବଗିଚା ହସି ଉଠେ,
ଜନନୀ ଭୁଲେ ପ୍ରସବ-ଦୁଃଖ
ହସ ଫୁଟଇ ଓଠେ (୨)।।
ଦରୋଟି ଭାଷା କୁହଇ ଯେବେ
ମନ ପୁଲକି ଯାଏ,
ମା - ବା ଡାକରେ ଘରଟି ହସେ
ଖୁସିରେ ମନ ଧାଏଁ।(୩)।।
ସେଇ ଶିଶୁଟି ଭଲରେ ବଢି
ରଖେ ଜାତିର ଟେକ,
ଯଶ ଅରଜି ରଖଇ କୀର୍ତ୍ତି
ତା'କୁ ଯତନେ ରଖ। (୪)।।
ଚିତ୍ରା ରାଣୀ ପାତ୍ର।
ବାଲେଶ୍ୱର।।




0 Comments