ଶିଶୁ (ଚିତ୍ରା ରାଣୀ ପାତ୍ର)

             



।।।।ଶିଶୁ।।।। ( ଶିଶୁ କବିତା।)


ଲହୁଣୀ ଠାରୁ ଅଟେ କୋମଳ 

ଶିଶୁର ମନ ପରା,

ପିତା-ମାତାଙ୍କ ଦୁଃଖ ପାଶୋରା

ମନ୍ଦାକିନୀର ଧାରା। (୧)।।


ହସିଲେ ଯେବେ ଫୁଟଇ ଫୁଲ

ବଗିଚା ହସି ଉଠେ,

ଜନନୀ ଭୁଲେ ପ୍ରସବ-ଦୁଃଖ

ହସ ଫୁଟଇ  ଓଠେ (୨)।।


ଦରୋଟି ଭାଷା  କୁହଇ ଯେବେ 

ମନ ପୁଲକି ଯାଏ,

ମା - ବା ଡାକରେ ଘରଟି ହସେ

 ଖୁସିରେ ମନ ଧାଏଁ।(୩)।।


ସେଇ ଶିଶୁଟି ଭଲରେ ବଢି

ରଖେ ଜାତିର ଟେକ,

ଯଶ ଅରଜି ରଖଇ କୀର୍ତ୍ତି

ତା'କୁ  ଯତନେ ରଖ। (୪)।।


      ଚିତ୍ରା ରାଣୀ ପାତ୍ର।

          ବାଲେଶ୍ୱର।।

Post a Comment

0 Comments