ପ୍ରଥମାଷ୍ଟମୀ( ଶ୍ରୀ ସତ୍ୟ ସିଂ ବାଗ)


          


ଶୀର୍ଷକ - ପ୍ରଥମାଷ୍ଟମୀ

ଲେଖକ - ସତ୍ୟ ସିଂ ବାଗ 


ଆମ ଓଡିଶା ସଂସ୍କୃତି ପରମ୍ପରା

ଅଟଇ ଯେ ତାହାର ମହାନ

ବାର ମାସେ ତେର ପରବ ପାଳୁ

ପୂଜା ପାଟ କରୁ ରଖି ଧିଆନ  !!


ମାର୍ଗଶିର ମାସ କୃଷ୍ଣ ଅଷ୍ଟମୀ ରେ

ପ୍ରଥମାଅଷ୍ଟମୀ ର ପଢୁଆଁ ପରବ

ଏହି ଓଡିଶା ମାଟିରେ ଜନମ ହୋଇ

ଆମେ କରିଥାଉ ଅନେକ ଗରବ !!


ଏହି ଅଷ୍ଟମୀ କୁ ପଢୁଆଁ ବି କହିଥାଉ

କାରଣ ଜେଷ୍ଠ ପୁତ୍ର ର ଶ୍ରେଷ୍ଠ ସମ୍ମାନ

ପ୍ରଥମ ଝିଅ ହେଇଥାଉ ବା ପୁଅ

ନୂଆ ଲୁଗାର କରିଥାନ୍ତି ପରିଧାନ !!


ଚାଉଳ ଚୁନାରେ ବିରି ବଟା ମିଶା

ହଳଦୀ ପତରେ ପିଠା  ହଳଦୀଆ

ଘରେ ଘରେ ସୁ ବାସନାର ମହକ

ଖାଇବାକୁ ମନଟା ହୁଏ ବଳିଆ  !!


ଲିଙ୍ଗରାଜ ଙ୍କ ଆଦ୍ୟ ପୂଜା ଏହି

ପାଳେ ଅନେକ ଭକତ ଗଣ

ମନ ଉଲ୍ଲାସେ କରେ ପୂଜା ପାଟ

ବହୁ ଆଡମ୍ବରେ ଶରଧା ମନ !!


ସୂର୍ଯ୍ୟଦେବ ଙ୍କ ଜନମ ଏ ଦିନ

ମାନ୍ୟତା ଯେ ରହିଛି ଆମର

ଏ ଦିନ ଦାନ ପୁଣ୍ଣ୍ୟ ଅନେକତା

ସ୍ଵ ଧର୍ମ ଭାବ ଜାତ ଆମ ମନର !!


ଗ୍ରା /ପୋ - ତେରେସିଂହା 

ଭାୟା - ରିସିଡା 

ଜି - କଳାହାଣ୍ଡି 

ପିନ୍- ୭୬୬୦୩୧

ମୋ - ୬୩୫୩୩୭୪୫୦୯

Post a Comment

0 Comments