ମା
ମା ଗରଭୁ ଜନମ ହୋଇ
ମାଟି ମା'ରେ ହସି କୁଦି ବଢ଼ିଲି
ବଡ ହେଇ ପାଠ ପଢି ଯେ
ଶିଶୁ ସେବାରେ ମୁଁ ଲାଗିଲି ।
ସେଇ ଭିତରେ ଯେ ମା
ସମୟ ଆଗରୁ ଗଲା ଚାଲି
ଲେଖି ପଢି ଶିଖେଇ ଥିଲା
କେତେ ଯେ ମିଠା ବୋଲି।
ବହୁତ ବରଷ ଝୁରିଛି ତାକୁ
କେତେ ରାତି ପୁଣି ଆଖି ଖୋଲି
ନିଦ ବଟିକା ବି କାମ ଦିଏନି
ଯନ୍ତ୍ରଣାରେ ଛଟପଟ ହୁଏ ଖାଲି।
ଭାବିଥିଲି ଆଉ ମିଳିବନି ମା
ଶିଖି ପାରିବିନି ଆଉ କଥା
କିନ୍ତୁ ପ୍ରଭୁ ଫେରେଇ ଦେଲେ
ମୋ ମାଆର ସ୍ନେହ ଚିତ୍ରା ମା ସାଥେ
ଧନ୍ୟ ପ୍ରଭୁ ତୁମ୍ଭ ଲୀଳା
ଏ ଭବ ରଙ୍ଗ ଭୂମି ତଳେ।
କରୁଛ କେତେ ଯେ ଲୀଳା
ମାଆର ଆଶିଷ ପାଇ ମୁଁ
ହେବିରେ ନିଶ୍ଚେ ଜଗତ ଜିତା
ତାହାରି ଚରଣେ ରହୁ ମଥା।
ତାହାରି ପାଇଁ ମୁଁ କରିବି କାମ
ତାଙ୍କ ପାଇଁ ଗଢ଼ିବି ସାହିତ୍ୟ ଧାମ।
ତାଙ୍କରି ପରଶେ ପବିତ୍ରତା ସୃଷ୍ଟି ହୁଏ
ସେ ସୃଷ୍ଟି ଯେ ସାରା ବିଶ୍ୱେ
ମହକାଇ ଦିଏ ମାଆଙ୍କ ଦିବ୍ୟ ନାମ
ତଵ ଆଶୀର୍ବାଦ ପାଇ ମୁଁ ଜନନୀ
ଧନ୍ୟ ହୋଇଯାଏ ଏ ଜୀବନ ପୁଣି
ଅଧମ ପୁତ୍ରକୁ ଶିକ୍ଷା ଦୀକ୍ଷା ଦେଇ
ସବୁ ଗୁଣ ଭରିଦିଅ ମା କୃପାମୟୀ।
ତଵ ଦୟାରେ ହୁଏ କାର୍ଯ୍ୟଟି ସଫଳ
ତୁମେ ଶକ୍ତି ତୁମେ ଆଦି ଅନାଦି ମୂଳ
ଜୟ ମା।
ଅଭିନବ ପଟ୍ଟନାୟକ




0 Comments