।।ତୁମପାଇଁ ପ୍ରଭୁ।।
ତୁମପାଇଁ ପ୍ରଭୁମୁଁଯେ
ଉଜାଗରେ ରହି,
ଜାଳୁଛି ଦୀପାଳି ବସି
ଏକାନ୍ତରେ ଥାଇ। (୧)।।
ତୁମ ପୂଜାଫୁଲ ଯେବେ
ଖସିପଡ଼େ ହାତେ,
ଅମାନିଆଁ ଲୁହ ମୋର
ଝରିଯାଏ କେତେ। (୨)।।
ଅପେକ୍ଷା କରେମୁଁ ନିତି
ଦରଶନପାଇଁ,
କ୍ଷୁଧା- ତୃଷା ଭୁଲିଯାଏ
ମନେ ପଡେନାହିଁ। (୩)।।
ନିସ୍ପନ୍ଦମୋ ହୋଇଯାଏ
କେବେ କେବେ ହୃଦ,
ତୁମଠାରେ ହଜିଯାଏ
ମନ ଆଉ ଚିତ୍ତ। (୪)।।
ତୁମେ ସତେ ଯାଦୁଗର
ସମ୍ମୋହିତ କର,
ତୁମେ ଅଟ ଯୋଗେଶ୍ୱର
ପ୍ରାଣର ଈଶ୍ୱର। (୫)।।
।।ଚିତ୍ରା ରାଣୀ ପାତ୍ର।।
।।ବାଲେଶ୍ୱର।।




0 Comments