ଏମିତି ମୋହର ଫଟା କପାଳ
==================
ଏମିତି ମୋହର ଫଟା କପାଳ
ଭାଗ୍ୟ ତ ଭଗାରୀହୋଇଛି ମୋର
ଲୁହାର ଶିକୁଳି ମୋ ପାଇଁ ଛିଡ଼ୁଛି
ଫାସୀ ହୁଏ ଗଳେ ଫୁଲର ମାଳ !!
ସାଗର ମୋ ପାଇଁ ଶୁଖି ଯାଏ ଏଠି
ଧଇଲେ ଟଳୁଛି ଗିରି ପାହାଡ଼
ଅଦିନରେ ଆସେ ଜୀବନ ଆକାଶେ
କେତେ ଅମାନିଆ ବତାସ ଝଡ଼ !!
ହସ ଲିଭି ଯାଏ ଲୁହର ବନ୍ୟାରେ
କୋହରେ ପୁରିଛି ଅନ୍ତର ମୋର
ଦିଗ ହଜେଇଛି ମୋପାଇଁ ସୁଖ
ଦୁଃଖ ତ କରିଛି ମୋ ଠାରେ ଘର !!
ମନ ଉଦ୍ୟାନ ର ଆଶାର କୁସୁମ
ଅଦିନେ ମଉଳି ଯାଉଛି ମୋର
ବିଶ୍ୱାସ ହୋଇଛି ମୋ ପାଇଁ ବିଷ
ଦିନରେ ଦିଶଇ ମୋତେ ଅନ୍ଧାର !!
ଜୀବନ ଖୋଜୁଛି ଅନ୍ତିମ ବିର୍ଶାମ
ଶୋଇ ଯିବା ପାଇଁ ଶାନ୍ତି ନିଦର
ବଞ୍ଚିବାର ମୋହ କଡ଼ ଲେଉ ଟାଏ
ଆଦରି ନେଇସେ ସବୁ ଜଞ୍ଜାଳ !!
=====================
ଭାଗବତ ସାହୁ, ଆଶୁ କବି, ନାଟ୍ୟକାର
ମା ବୀଣାପାଣି ସାହିତ୍ୟ କୁଟୀର
ଦୋଳପ ଦୀ, ବନ୍ତ, ଭଦ୍ରକ
Mo=9437713276




0 Comments