ଆଜି ତୁମେ ମୋର ଅଟ ଵର୍ତମାନ
==≠================
ତୁମେ ଥିଲ ମୋର କଳ୍ପନା ନାୟିକା
ଏହା ଥିଲା ଦିନେ ସତ
ଆଜି ତୁମେ ମୋର ଅଟ ଵର୍ତମାନ
ତୁମେ ମୋର ଭବିଷ୍ୟତ !!
ପ୍ରୀତି ପ୍ରଣୟ ର କଳ୍ପନା କୁଞ୍ଜରେ
ତୁମେ ପ୍ରଣୟନୀ ମିତ
ପ୍ରଣୟ ଡୋରୀରେ ବାନ୍ଧିଅଛ ତୁମେ
ପ୍ରେମ ରଜ୍ଜୁ ମଜୁଭୂତ !!
ପ୍ରେମ ଦରିଆରେ ଭସେଇ ଦେଇଛ
ତୁମରି ପ୍ରୀତି ର ସ୍ରୋତ
ଯେଉଁ ଥିରେ ଭାସେ ଦିନ ରାତି ମୁହିଁ
ହୋଇ ପ୍ରୀତ ଆନନ୍ଦିତ !!
ତୁମରି ପରଶେ ଭୁଲିଛି ଅତୀତ
ଭୁଲିଛି ମୁଁ ସୁଖ ଦୁଃଖ
ବାକି ଜୀବନ ମୋ ତୁମରି ହାତରେ
ମାର ଅବା ତୁମେ ରଖ !!
==================≠===
ଭାଗବତ ସାହୁ, ଆଶୁକବି, ନାଟ୍ୟକାର
ମା ବୀଣାପାଣି ସାହିତ୍ୟ କୁଟୀର
ଦୋଳପ ଦୀ, ବନ୍ତ, ଭଦ୍ରକ,
Mo=9437713276
========≠=============




0 Comments