ଶରୀର ସୁନ୍ଦର ଦେଖନ୍ତି ସଭିଏଁ
ମନ ସୁନ୍ଦରତା ଲୁଚିକି ରୁହେ
ଅମୂଲ୍ୟ ମଣି ଯେ ହୃଦେ ବିରାଜିତ
ଆନ ମଣିଷ କୁ ବୁଝାଏ କିଏ ।
ମନ ନିରିମଳ ଭାବ ଯେ ସରଳ
ଜନ ଆଢୁଆଳେ ଉଙ୍କେ
କପଟୀ, ଲମ୍ପଟ ବକ୍ଷକୁ ପ୍ରସାରି
ସତ୍ୟର ପଥ ରୋଧେ ।
ଅଜବ ଦୁନିଆଁ ବିଚିତ୍ର ଯେ ରୀତି
ମୌନ ରୁହେ ଜ୍ଞାନୀ ଗୁଣୀ
ସଂସାର ବାରିଧି ଅକ୍ଲେଶେ ତରଇ
ଅଜ୍ଞାନ ନେଇ ତରଣୀ ।
***
ଚନ୍ଦ୍ରକାନ୍ତି ମିଶ୍ର
ବଲାଙ୍ଗିର




0 Comments