ନିଛାଟିଆ ଖରାବେଳେ (ଚିତ୍ରା ରାଣୀ ପାତ୍ର)






  ।। ନିଛାଟିଆ ଖରାବେଳେ।।


ନିଛାଟିଆ ଖରାବେଳେ

ଆମ୍ବ ତୋଟା ମୂଳେ,

ଖେଳୁଥିଲେ ରୁଷା ୠଷି

ମିଛି ମିଛି ଖେଳେ।।


ମନେ ମନେ ହଜୁଥିଲେ

କେତେଯେ ସପନେ,

ଆଜିକିବା ମନେପଡେ

ଗୋପନେ ଯତନେ?।।


ପରିଣତ ବୟସରେ

ମନେ ପଡେ ସାଥି,

କେତେଯେ କଳ୍ପନା କରି

ଯାଉଥିଲେ ମାତି।।


ଅଜାଣତେ ଲୁହ ଭରେ

ମନେ ପଡ଼ିଗଲେ,

ମିଠା ମିଠା ସ୍ମୃତି ସବୁ

କାହିଁ ଛାଡି ଗଲେ?।।


ତୁମେ କେତେ ଦୂରେ ଅଛ

ଆଜିମୁଁ ଜାଣେନା,

ତଥାପି ଧସେଇ ପଶ

ଭାଜେମୋ ' ଭାଵନା।।


ନାହିଁ ସେଇ ବର ବେଶ

ନାହିଁବି କନିଆଁ,

ନାହିଁ କିଛି ସେଇ ନାମ

ମିଛେ ଦିଆ ନିଆ।।


ଅତୀତ ସତାଏ କେତେ

ପଛ କଥା ଭାବି,

ଆଉଥରେ ଆସନ୍ତାକି

ସେ ପୁରୁଣା ଛବି।।


ଧରିମୁଁ ରଖନ୍ତି ତାକୁ

ପଣତେ ସାଇତି,

ସତେକି ଦୁର୍ଲ୍ଲଭ ଅବା

ସାଗରର ମୋତି।।


          ।। ଚିତ୍ରା ରାଣୀ ପାତ୍ର।।

           ।। ବାଲେଶ୍ଵର।।

Post a Comment

0 Comments