ଦଗ୍ଧ ପୁଲବନ( ଚିତ୍ରା ରାଣୀ ପାତ୍ର)

             


      ।।ଦଗ୍ଧ ଫୁଲବନ।।


ସୁରମ୍ୟ-ଉଦ୍ୟାନ ଆଜି ନାହିଁ ଆଉ

ଉଜୁଡି ଯାଇଛି ସବୁ,

କିଏ ନିରୀମମ ଜାଳିଦେଇଗଲା

ଦଗଧ ହେଉଛି ବୁକୁ।।(୧)।।💐


ସୁରଭି ଏବେବି ମହକିତ ହୁଏ

ମୋର ଘର-ଅଗଣାରେ,

ଜାତି ଜାତି ରଙ୍ଗ ନାଚେ ଦୃଶ୍ୟ ପଟ୍ଟେ 

ଭୁଳିମୁଁ ପାରୁନି ଥରେ।।(୨)।।💐


ସବୁଜ-ଗାଲିଚା ନାହିଁ ଆଗଭଳି

ଜଳି ଯାଇଛି ତା'ଦେହ,

ମନରେ ଜାଗୁଛି ଅଜଣା ଆଶଙ୍କା

ଛାତିରୁ ଉଠୁଛି କୋହ।।(୩)।।💐


ଶିଶିର-ଭିଜାସେ ଫୁଲଗଛ ସବୁ

ମନରୁ ଯାଇନି ପୋଛି,

ତୁମ ପ୍ରେମ ଆଜି ସ୍ମୃତିରେ ଭାସୁଛି

ଦିକି-ଦିକି ଜଳୁଅଛି।।(୪)।।💐


ପତ୍ର-ଝରା ଋତୁ ହୋଇଛି ଜୀବନ

ଆଉ କିଛି ବାକିନାହିଁ,

ସୁନେଲି-ସପନ ଦେଖୁନାହିଁ ମୁଁଯେ

ଜୀବନଟା ମରୁଭୂଇଁ।।(୫)।।💐


                 ।। ଚିତ୍ରା ରାଣୀ ପାତ୍ର।।

                  ।।ବାଲେଶ୍ୱର।।

Post a Comment

0 Comments