ନାଟକ (ଚିତ୍ରା ରାଣୀ ପାତ୍ର)

         


           

  ।।। ନାଟକ।।।


ଜୀବନ ନାଟକେ ଶେଷ ଅଂକଟିର

ଯବନିକା ପଡ଼ିଅଛି,

ଦର୍ଶକ କେହିବି ବସିନାହିଁ ଆଉ

କକ୍ଷ ଖାଲି ଲାଗୁଅଛି।(୧)


ରଙ୍ଗ ଛଡାଇ ମୁହଁରୁ ଆଜିମୁଁ

 ବସି ବସି ଭାବୁଅଛି,

ନାଟକ କରିମୁଁ ଦର୍ଶକ ମୁହଁରେ

କେତେ ହସ ଫୁଟାଇଛି। (୨)


ମୋ ମୁହଁରେ ଟିକେ ହସକେ ଦେଇଛି

ମନେ ପଡୁନାହିଁ ଆଜି,

ବାସ୍ତବ ଜୀବନ ଧୂସର ଅଟଇ

ଆଶାବି କରିନି ହେଜି। (୩)


ରଙ୍ଗବୋଳା ମୁହଁ ଆଉ କରିବିନି

ସମୟ ବୃଥା ଯାଇଛି,

ହୃଦ କନ୍ଦରରେ ଥିବା ଆଦିକନ୍ଦ

ତୁହାଇ ମନେ ପଡୁଛି। (୪)


ଭିଜାଇନି କେବେ ତାଙ୍କ ଶ୍ରୀପୟର

ଅସରା ଲୁହରେ ମୋର,

ଶେଷ କାଳେ ଟିକେ ଲୋଡୁଛି ଏବେମୁଁ 

ସାନିଧ୍ୟ ଟିକିଏ ତା'ର। (୫)


                     ।।। ଚିତ୍ରା ରାଣୀ ପାତ୍ର।।।

                       ।।। ବାଲେଶ୍ୱର।।।

Post a Comment

0 Comments