ପ୍ରେମ ଓ ଫଗୁଣ ( ସୁଚିତ୍ରା ବେହେରା)

      


        କବିତା 

ଶୀର୍ଷକ-"ପ୍ରେମ ଓ ଫଗୁଣ"

-------------------------------

ଫଗୁଣ ଆସିଛି ପ୍ରେମ ଋତୁ ନେଇ

ପ୍ରେମ ପରିଭାଷା ଶିଖାଇବା ପାଇଁ

କୁଞବନ ବି ଉଛୁଳି ଉଠିଲାଣି୤

ରାଧାକୃଷ୍ଣ ରାସ ଉତ୍ସବ ପାଇଁ।

ଫଗୁଣ ଆସିଛି ପ୍ରେମ ରଂଗ ନେଇ

ଜଗତ ହୋଇବ ପ୍ରେମମୟ ଆଜି

ଅନ୍ତରେ ପରି ଶୁଦ୍ଧ ପ୍ରେମ ଭରିଦିଅ

କାମନା ବାସନା ବିକାର ତ୍ୟଜି।

ଫଗୁଣ ଆସିଛି ପ୍ରେମ ଶସ୍ଯ ନେଇ ଉଛୁଳେ କ୍ଷେତ ସବୁଜିମାରେ

ନାଚି ଉଠେ ଏଇ ମନ ମଧୁବନ

କଳା କୋଇଲିର କୁହୁତାନରେ।

ଫଗୁଣ ଆସିଛି ପ୍ରେମ ବାର୍ତ୍ତା ନେଇ

ପ୍ରେମ ଭରିଦିଅ ସ୍ନେହାଲିଙ୍ଗନରେ

ଈର୍ଷା ଅସୂୟା ଅହଂକାର ଭୁଲି

ହଜିଯାଅ ଖାଲି ପ୍ରେମ ରାଇଜରେ। 

ଫଗୁଣ ଆସିଛି ପ୍ରେମ ପୁଷ୍ପ ନେଇ

ମଳୟରେ ବାସ ଭରିଗଲାଣି

ସଖୀ ଗୋ ସଜାଅ ଗଭାକୁ ମୋର

ପ୍ରିୟତମ ପ୍ରେମ ମନେ ପଡିଲାଣି।

ଠିକଣା

---------

ସୁଚିତ୍ରା ବେହେରା

ବ୍ରହ୍ମେଶ୍ୱର ପାଟଣା

 ଭୁବନେଶ୍ୱର- ୧୮

Post a Comment

0 Comments