।ତୁମେ ତୁମେ ତୁମେ।।
ତୁମେ ଫଗୁଣର ମୁଠାଏ ଅବିର
କାଶତଣ୍ଡି ଶରତର ,
ଛୁରିଅନା ଫୁଲ ବାସେ ମହ ମହ ,
ଲେଉଟାଣି ଯେବେ ଘର।।
ଗ୍ରୀଷ୍ମର ପ୍ରଚଣ୍ଡ ପ୍ରଦାହ କାଳରେ,
ତୁମେ ଶୀତଳ ଚନ୍ଦନ,
ବରଷାର ପୁଣି ବାରିଧାରା ହୋଇ,
ମନେ ଭର କମ୍ପନ।।
ହିମ କାକରରେ ସଜ ଗୋଲାପ ଗୋ,
ଭିଜା ଭିଜା ବାସ୍ନା ଲାଗ,
କୁହୁଡ଼ି ଭିତରେ ଦିଶେ ତୁମ ମୁହଁ,
ସକାଳୁ ଉଠିଲେ ଆଗ।।
ଝଲକାଏ ବାଆ ମଳୟର ତୁମେ,
ଚୈତ୍ରର ଝାଞ୍ଜି ପରା,
କେତେ ରୂପେ ତୁମେ ଆସ ମୋ ପାଶକୁ,
ଦିଅନା କିଛି ଇଶାରା।।
***
।।ଚିତ୍ରା ରାଣୀ ପାତ୍ର। ବାଲେଶ୍ଵର।




0 Comments