ଆଧ୍ୟାତ୍ମିକ କବିତା ଆସର (ଆୟୋଜକ : ସିଦ୍ଧାର୍ଥ ସାହିତ୍ୟ ସଂସଦ ବୌଦ୍ଧ) ଆଧ୍ୟାତ୍ମିକ ସାହିତ୍ୟ ପତ୍ରିକା ଭକ୍ତିର ଉନ୍ମୋଚନ

 

                


ବିଶ୍ୱ ଶାନ୍ତି ବିଷ୍ଣୁ ଯଜ୍ଞ ଅବସରରେ କବିତା ଆସର, ସାହିତ୍ୟ ସଭା ସିଦ୍ଧାର୍ଥ ସାହିତ୍ୟ ସଂସଦ, ବୌଦ୍ଧର ଆୟୋଜନ କ୍ରମେ ବୌଦ୍ଧ ସାହାଜପାଲରେ 

ତା୧୫/୧୧/୨୦୨୪ ରିଖରେ

ପବିତ୍ର ଐତିହାସିକ ମାଳିକା ବର୍ଣ୍ଣିତ ସିଦ୍ଧପୀଠ ସିଦ୍ଧ ତପୋସେବା ବନ, ଡମ୍ବରୁଗଡ଼ଠାରେ ପଞ୍ଚକ ପାଞ୍ଚ ଦିନ ଭିତରେ ଆୟୋଜିତ ହୋଇଥିଲା ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ l ଗତକାଲି ପବିତ୍ର କାର୍ତ୍ତିକ ପୁର୍ଣିମା ଅବସରରେ ଉଦଯାପନୀ ଉତ୍ସବର ଅପରାହ୍ନରେ ସିଦ୍ଧାର୍ଥ ସାହିତ୍ୟ ସଂସଦ, ବୌଦ୍ଧ ଦ୍ୱାରା ଆୟୋଜନ କ୍ରମେ ଆଧ୍ୟାତ୍ମିକ ସାହିତ୍ୟ ସଭା ଓ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା l ଆବାହକ ଶ୍ରୀ ଅଭିନଵ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ଅଂଚଳ କବି ଓ ସାହିତ୍ୟିକମାନଙ୍କୁ ନେଇ ସମାହିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କୃତ୍ତିବାସ ପଲିଆ ସଭାପତି ଭାବରେ ସୁଚାରୁରୂପେ ଦାୟୀତ୍ଵ ନିର୍ବାହ କରିଥିବା ବେଳେ, ମୁଖ୍ୟଅତିଥି ଭାବେ ବୌଦ୍ଧ ପଂଚାୟତ ସମିତି ଅଧକ୍ଷ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ମୁଖ୍ୟବକ୍ତା ଭାବେ ସଂସ୍କୃତ ଅଧ୍ୟାପକ ପଣ୍ଡିତ ପ୍ରତାପ କୁମାର ରଥ, ସମ୍ମାନିତ ଅତିଥି ଭାବେ ଛତ୍ରପୁର, ଗଞ୍ଜାମର ପ୍ରାକୃତିକ ଚିକିତ୍ସକ ତଥା ନାଟ୍ୟକାର ଡା ନିରାକାର ବେହେରା, ଶିକ୍ଷାବିତ୍ ଶ୍ରୀଯୁକ୍ତ ଶମ୍ଭୁ ଗିରି, ଯଜ୍ଞ ପରିଚାଳନା କମିଟି ସଭାପତି ଶିକ୍ଷାବିତ୍ ତଥା ପ୍ରବକ୍ତା ଶ୍ରୀଯୁକ୍ତ ଗୌରୀ ପ୍ରସାଦ ସାହୁ, ମଠ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ପୟୋଧର ମହାକୁଳ, ନୟାଗଡ଼ର ପ୍ରବକ୍ତା ଶ୍ରୀ ବୈକୁଣ୍ଠ ନାଥ ପ୍ରଧାନ, ବୌଦ୍ଧର ଆଦିତ୍ୟ ଦାସ ବ୍ରହ୍ମଚାରୀ, ସଙ୍ଗୀତଜ୍ଞ ଶ୍ରୀ କୃଷ୍ଣମୋହନ ସାହୁ ,ମହନ୍ତ ଶ୍ରୀ ସର୍ବେଶ୍ଵର ଦାସ ତ୍ୟାଗୀ ଯୋଗଦେଇଥିଲେ।ଏବଂ କବି ଓ ସାହିତ୍ୟିକମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ କରକମଳରେଏକ ସ୍ମରଣିକା ପୁସ୍ତକ ପାଣ୍ଡୁଲିପିର ଉନ୍ମୋଚନ କରାଯାଇଥିଲା ଓ ସମସ୍ତଙ୍କୁ ପ୍ରମାଣପାତ୍ର ଦେଇ ଉତ୍ସାହିତ କରାଯାଇଥିଲା,ଶେଷରେ ସିଦ୍ଧାର୍ଥ ସାହିତ୍ୟ ସଂସଦ ଆବାହକ ଶିକ୍ଷାବିତ୍ ତଥା କବି ଅଭିନଵ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାର ମାନେ ଭଜନ ଗାଇ ଶ୍ରଦ୍ଧାଳୁମାନଙ୍କ ମନ ମୋହିଥିଲେ l

Post a Comment

0 Comments