ଆଶା (ଚିତ୍ରା ରାଣୀ ପାତ୍ର)

 

               


 ।।। ଆଶା।।।


ତୁମେ ଆସିଥିଲ ପହିଲି ଆଷାଢେ

ମଉସୁମୀ ବାର୍ତ୍ତା ନେଇ

ପଉଷ ଜାଡରେ ଫେରିଗଲ ପୁଣି

ବସନ୍ତେ ଆସିବ କହି। (୧)।।


ବସନ୍ତ ଆସିଲା ଅବିର ରଙ୍ଗରେ

କୋକିଳର କୁହୁ ତାନେ

ଚତୁର୍ଦ୍ଦିଗେ ପୁଷ୍ପ ମହକି ଉଠିଲା

ମୃଦୁ- ମଳୟ ପବନେ। (୨)।।


ଚାହିଁଛି ସରାଗେ ଆସିବା ପଥକୁ

ନିରାଶ ହେଉଛି ନିତି,

ପଥ, ହୁଡା ହୋଇଗଲକିହେ ତୁମେ

ପାହୁଛି ବିନିଦ୍ର ରାତି। (୩)।।


ବିଷାଦରେ ମୁହିଁ କାଟୁଛିଯେ ଦିନ

ମନରେ ଜାଗଇ ଭୀତି,

ତଥାପି ଆଶାର ସଞ୍ଚାର ହେଉଛି

ହୃଦେ ଅଛି ବୋଲି ପ୍ରୀତି। (୪)।।

                  *** 

  ****** ଚିତ୍ରା ରାଣୀ ପାତ୍ର।******

   ****** ବାଲେଶ୍ୱର।******

Post a Comment

0 Comments