ଅଫିଟା ଗଣ୍ଠି (ଚିତ୍ରା ରାଣୀ ପାତ୍ର)

           



      ।। ଅଫିଟା ଗଣ୍ଠି।।


ଅଫିଟା ଗଣ୍ଠିଟା ଫିଟି ଗଲା ଆଜି

ବହୁ ପ୍ରତୀକ୍ଷାର ପରେ,

ସବୁକଥା ମୋର ସାମନାକୁ ଆସି 

ଦୁଃଖରେ ଅଧୀର କରେ।।୧।।


ବିଶ୍ୱାସକୁ ମୋର ଭାଙ୍ଗିଦେଲା ଯିଏ

ଏଡ଼େ ଅବିବେକି ଭଳି,

ସବୁ ମାୟା ମୋହ ତୁଟିମୋ ଯାଉଛି

ସବୁ ଆଶା ଗଲା ଜଳି।।୨।।


ଏଇ ଦୁନିଆର ରୁପଟା ଏପରି

ସବୁ କିଛି ଛପିଯାଏ,

କଦବା କିପରି ସମୟ ଆସିଲେ

ପରଦାଟି ହଟି ଯାଏ।୩।।


ପରଦା ପଛର ବିଭତ୍ସ ଚେହେରା

ଦେଖି ମନେ ଆସେ ଭୟ,

ମୁଖା ତଳେ ଥାଏ ଅସଲ ଚେହେରା

ଭାଷା ସ୍ଫୁରୁ ନାହିଁ ମୋହ।୪।।


ଘୃଣାର ଶିକାର ହେବାପାଇଁ କେବେ 

ଚାହିଁ ନଥିଲାମୋ ମନ,

କୋମଳ ମନରେ ପ୍ରହାରଟା ମୋତେ

ଅସ୍ତିତ୍ତ୍ଵକୁ  କରେ ଲୀନ।।୫।।


ସମୟର ଚକ ଗଡି ଗଡି ଯାଏ

ବାସ୍ତବତା ପଛେ ଛାଡ଼ି,

ଭାସିଯିବ ମୋର ଆଶା ଓ ଆକାଂକ୍ଷା

ମେରୁହାଡ ଭାଙ୍ଗି ତାଡି।।୬।।

               ***

     ।। ଚିତ୍ରା ରାଣୀ ପାତ୍ର।।

           ।।ବାଲେଶ୍ଵର।।

Post a Comment

0 Comments