।।ପଦ୍ମଗନ୍ଧା।।
ପଦ୍ମଗନ୍ଧା ତୁମେ ମହ ମହ ବାସ
ଚାଲି ମରାଳ ଗାମିନୀ,
କି ଉପମା ଦେବି ଭାଷା ନାହିଁ ମୁଖେ
ତୁମେତ ଶୋଭା-ବର୍ଦ୍ଧିନୀ। (୧)।।
କଥା ଯେବେ କୁହ ଫୁଲ ଯାଏ ଫୁଟି
ଓଠ ଧାରେ ସ୍ମିତ ହସ,
ରୂପର -ପସରା ଦେଖିଦେଲେ ଥରେ
କ୍ଷଣିକେ ହୋଇବେ ବଶ।(୨)।।
କ୍ଷଣିକ ରାଗିଲେ କ୍ଷଣିକେ ଭାଙ୍ଗବି
ଅତି କୋମଳଯେ ହୃଦ,
କିଦେଇ ଗଢ଼ିଲା ବିଧାତା ତୁମକୁ
କିବା ଦେଇଦେଲା ଗଦ।(୩)।।
କେତେବେଳେ ତୁମେ କର୍ପୂର କର୍ପୂର
ବାସୁଥାଅ ଦୂରେ ଥାଇ,
ଗଜ-ଗାମିନୀବି ଲାଗ ବେଳେବେଳେ
ନାସାକୁ ଦିଅ ଫୁଲାଇ।(୪)।।
କୁନ୍ଦଦନ୍ତୀ ତୁମେ ହସିଲେ ସତରେ
ଭାରି ଭଲ ଦିଶୁଥାଅ,
ତିଳଫୁଲ ପରି ନାସାଟି ତୁମର
ଋଷି ,ମନ ମୋହିନିଅ। (୫)।।
ମର୍ତ୍ତ୍ୟ -ମଣ୍ଡଳରେ ଅଛିକେ ସୁନ୍ଦରୀ
ତୁମସାଥେ ସରି ହେବ,
ରୂପର ବିଭବ ଭରିଛି ସର୍ବାଙ୍ଗେ
ତୁଳନା କାହାର ହେବ?। (୬)।।
***
**** ଚିତ୍ରା ରାଣୀ ପାତ୍ର।****
**** ବାଲେଶ୍ୱର।****




0 Comments