ତୃତୀୟ ନେତ୍ର ( ଚିତ୍ରା ରାଣୀ ପାତ୍ର)

 

            



।। ତୃତୀୟ ନେତ୍ର।।


ଖୋଲିଦେଲି ଯେବେ ତୃତୀୟ ନେତ୍ରକୁ

ଦେଖିଲି ସମାଜ ଚିତ୍ର,

ବିପ୍ଳବର ଅଗ୍ନି ଶିଖାମୋ' ଜଳିଲା

ଜଳିଗଲା ମୋର ଗାତ୍ର।।୧।।


ନଷ୍ଟ ଭ୍ରଷ୍ଟ ଏଇ ସମାଜର ଛବି

ଦେଖି ଦୁର୍ବିସହ ମନ,

ନିମିଷକେ କିବା ପୋଛି ଦେବି ମୁହିଁ

ସମାଜର ଏଇ ଚିହ୍ନ।।୨।।


ଅପାରଗ ଆମ ମଣିଷ ପଣିଆ

ନାନା ସମସ୍ୟାରେ ଭରା,

ଉତ୍ତର ଦାୟୀବା କିଏସେ ହୋଇବ

ସବୁ ଏକ ଭାଡ଼ି ପାରା।।୩।।


ସାରା ରାଇଜରେ ଅରାଜକତାର

ଡି ଣ୍ଡିମ ବାଜୁଛି ଆଜି,

ଦେଖି ମନ ଭଗ୍ନ ସ୍ଵପ୍ନ ସବୁ ଚୂର୍ଣ୍ଣ

ବାସ୍ତବ ଯାଇଛି ଭାଜି।।୪।।


କୁହୁଳି କୁହୁ ଳି  ଏଛାତି ଭିତର

ହୋଇଯିବ ଦିନେ ଲୁପ୍ତ,

ସଂସାରର ବୋଝ ପାପର ଭାରଟା

ସାଥେ ଧରି ହେବି ସୁପ୍ତ।।୫।।


ଯେତେ ଗ୍ଲାନି ସବୁ ବୋହି ନେଇଥିବି

ଆସିବି ସଂହାର ପାଇଁ,

ଦୂର୍ଗା ମାତାଙ୍କର ଅସୀମ ଶକତି

ହୃଦେ ପ୍ରବେଶିବ ଯହିଁ।।୬।।

           ***

   ।। ଚିତ୍ରା ରାଣୀ ପାତ୍ର।।

       ।।ବାଲେଶ୍ଵର।।

Post a Comment

0 Comments