🌺ଆ ରେ ମା ଆ🌺
ଆରେ ମା ସମଲେଇ ଆ ମୋ ପାଖକୁ
ଆ ଦୁଃଖ ଦରିଆ ପାରିକରିବାକୁ,
କଣ୍ଟକିତ ଜୀବନ ନେଇ ଯିବାକୁ
ଏ ଜୀବନରୁ ମୋତେ ମୁକ୍ତି ଦେବାକୁ l
ନାଲି ନେଲୀ ଫୁଲ ଦେଇ ମୁଁ ପାରୁନି
ସଂସାର କଷଣ କହି ମୁଁ ପାରୁନି,
ଭକତିରେ ଆଉ ଡାକି ମୁଁ ପାରୁନି
ମା ସଂସାରର ମାୟା ଭଲ ଲାଗୁନି l
ମୋ ଖୁସିକୁ ତୁଯେ ଛିଣ୍ଡେଇ ନେଇଛୁ
ଛିଣ୍ଡା ସ୍ନେହରେ କାହିଁଯେ ବଞ୍ଚାଇଛୁ,
ସୁଖ ଶିରୀ ସବୁଯେ ପୋଛି ଦେଇଛୁ
ଭକତିରେ କାହିଁଯେ ବାନ୍ଧି ରଖିଛୁ l
ଧରା ଧାମ ଏବେ ନିର୍ମଳ ହେଇଛି
ଆକାଶରେ ସିନ୍ଦୁରା ଫାଟି ସାରିଛି
ବୀଣା ଧ୍ୱନି ଆଉ ମୋତେକି ଶୁଭୁଛି
ମୋର ଖୁସି ଆଉ କି ଜୀବନେ ଅଛି l
ତୁ ଆ ମୋ ମାଆ ସବୁ ମୋର ଦେଖିଯା
ଅତୀତ ମୋର ହେଇଛି ଭିଜା ଭିଜା,
ସ୍ମୁତି ମୋତେ ଜୀବନେ ଦେଉଛି ସଜା
ଆରତୀ କରି ଡାକୁଛି ମାଆ ଆ ଯା ll
L 🌴ପ୍ରଫୁଲ୍ଲ କୁମାର ଦାଶ🌴
🥀ରୀନା କୁଟୀର🥀
🍁ସମ୍ବଲପୁର🍁





0 Comments