🍀ପ୍ରଥମାଷ୍ଟମୀ ଏକ ଅବଲୋକନ 🍀
ପର୍ବପର୍ବାଣୀମାନଙ୍କରେ ପିଠା ଓଡ଼ିଆ ଘରେ ପ୍ରାଥମିକତା ପାଇ ଆସିଛି । ସପ୍ତପୁରୀ ଅମାବାସ୍ୟାରେ ଗଇଁଠା, ଚିତଉ ଅମାବାସ୍ୟାରେ ଚିତଉ ଚକୁଳି, ରଜରେ ପୋଡ଼ପିଠା, କାର୍ତ୍ତିକ ପୂର୍ଣ୍ଣିମାରେ ଗଜଭୋଗ, ପୌଷ ପୂର୍ଣ୍ଣିମାରେ ମଣ୍ଡା ପିଠା ଏବଂ ପ୍ରଥମାଷ୍ଟମୀରେ ସ୍ୱତନ୍ତ୍ର ଭାବେ ଏଣ୍ଡୁରି ପିଠା ତିଆରି ହୋଇଥାଏ l ଏଣ୍ଡୁରି ଏକ ମାତ୍ର ପିଠା ଯାହାକୁ ପ୍ରସ୍ତୁତ କରିବା ପାଇଁ ଓଡ଼ିଆ ଘରେ ଏକ ପତ୍ର ବ୍ୟବହାର ହୁଏ l ଏହାକୁ କେହି କେହି ହଳଦୀପତ୍ର ପିଠା କୁହନ୍ତି l ଅଥାର ହାଣ୍ଡିରେ ବା ଅଥାର ପ୍ରଣାଳୀରେ ହେଉଥିବାରୁ ଅଥାର ପିଠା କୁହାଯାଏ l ପତ୍ର ଫାଳ ଦୁଇଟି ନମସ୍କାର ପରି ରହିଁଥିବାରୁ ନମସ୍କାର ପିଠା ଓ ଅଥରା ପିଠା ବୋଲି କେତେକ ଅଞ୍ଚଳରେ କୁହାଯାଏ l ପାରମ୍ପରିକ ଭାବେ ଆଗରୁ ଅଥାର ହାଣ୍ଡିରେ ପ୍ରସ୍ତୁତ ହେଉଥିଲା । ମାଟି ହାଣ୍ଡିର ବ୍ୟବହାର କମିଯିବା ପରେ ଏବେ ଇଟିଲି ତିଆରି ଛାଞ୍ଚ କିମ୍ବା ଢାଙ୍କୁଣୀ ଦିଆ ଷ୍ଟିଲ ବା ଆଲମୁନିୟମ ହାଣ୍ଡି ସେ ସ୍ଥାନ ନେଇଛି l
ll ପ୍ରଥମାଷ୍ଟମୀ ରେ ସମସ୍ତଙ୍କୁ ଶୁଭେଚ୍ଛା ll
🙏ପ୍ରଫୁଲ୍ଲ କୁମାର ଦାଶ,🙏 ☘️ସମ୍ବଲପୁର☘️




0 Comments