ନୀଳ କଳେବର (ଚିତ୍ରା ରାଣୀ ପାତ୍ର)

     




।।।ନୀଳ - କଳେବର।।।


ଚନ୍ଦନ-ଚର୍ଚ୍ଚିତ ନୀଳ-କଳେବର

ତୁମେ ପରା ପ୍ରଭୁ ଭାବର-ସାଗର,

ତୁମବିନା ସ୍ଥିତି ମୂଲ୍ୟହୀନ ମୋର

ସଂସାର ଲାଗଇ ଅସତ୍ୟ-ଅସାର। (୧)


ଆଖି ଦେଖୁଥାଏ ତୁମ ରୂପ ନିତି

ମନ ଖୋଜୁଥାଏ ମନଟି ତୁମର,

ସବୁ କାମ ମୋର ଲାଗେ ଫିକା ଫିକା

ସମର୍ପି ଦିଏମୁଁ ଚିତ୍ତଟି ମୋହର। (୨)


କି କିମିଆଁ କରେ ମୂରଲୀ ସ୍ଵନଟି

ଅଧୀରା ହୁଏମୁଁ ଭାବର-ବିହ୍ଵଳେ,

ସବୁକାମ ଛାଡି ଧାଇଁଯାଏ ପାଶେ

ସତେକିବା ହୃଦ ନିଃଶବ୍ଦେ ତରଳେ।(୩)


ସୁରର ଝଙ୍କାର ମଧୁର- ମୂର୍ଚ୍ଛନା

କରିଦିଏ ମୋତେ କେତେ ଆନମନା,

ପାଦର ନୂପୁର ଛମ ଛମ ବାଜେ

ପ୍ରତିଛବି ଦେଖେ ମୋ ମନ ଆଇନା। (୪)। 


     ।।ଚିତ୍ରା ରାଣୀ ପାତ୍ର।।

     ।।ବାଲେଶ୍ୱର।।

Post a Comment

0 Comments