କ୍ଳାନ୍ତ ପକ୍ଷ (ଚିତ୍ରା ରାଣୀ ପାତ୍ର)

            




**** କ୍ଳାନ୍ତ ପକ୍ଷ****


କ୍ଳାନ୍ତ ତାର ପକ୍ଷ ଆଜି

ଉଡୁଛି ଆକାଶେ,

ଖୋଜୁଛି ହତାଶ ପ୍ରାଣେ

କାହାକୁ ଆଜିସେ? ।(୧)


ବିଦ୍ରୁପରେ ହସୁଅଛି

ତାରକା ଗଗନେ,

ହଜିଛିସେ ମଧୁବେଳା

ଭାବୁଛି ବିଜନେ।(୨)


ଅପ୍ରାପ୍ତିର ଚିନ୍ତାତାକୁ

ଘାରଇ ତା'ମନେ, 

ନାହିଁସେ ସୁହାଗ ବୋଳା

କଥାତ ଜୀବନେ। (୩)


ଭିଜିଥିଲା ଦିନେ କେବେ

ଅମୃତ ଲଗନେ,

ଜ୍ୟୋତ୍ସ୍ନାୟିତ ରାତ୍ରି ଥିଲା

ମଧୁର ସପନେ। (୪)


କେଉଁ ଏକ ଘୁର୍ଣ୍ଣିବାତ୍ୟା

ଧ୍ବଂସଲୀଳା ରଚି,

କ୍ଷଣିକେ ଲୁଟିଲା ତାର

ସବୁଜସେ ସ୍ମୃତି। (୫)


 ।। ଚିତ୍ରା ରାଣୀ ପାତ୍ର।।

      ।।ବାଲେଶ୍ୱର।।

Post a Comment

0 Comments