🍁ମୋ ମା ସମଲେଶ୍ୱରୀ🍁
🌺🌺🌺🌺🌺🌺🌺
ମା ଗୋ ମାଆ ମୋ ମାଁ ସମଲେଶ୍ୱରୀ
ସୁଖ ବି ଥିଲା ସ୍ନେହ ବି ଥିଲା
ଜୀବନେ ଦୁଃଖ ଥିଲା କେରି କେରି
ରୋଗ ଆସି ସବୁ ଗ୍ରାସିଦେଲା l
ହସ ଥିଲା ବିହୀ ହେଲା ବଇରୀ
ଜୀବନରେ କାନ୍ଦ ବି ଥିଲା
ପ୍ରେମ ରେ ଯାଇଛି ହାରି
ତୁ ଥାଉଁ ଥାଉଁ ଏ କି ହେଲା l
ଜୀବନ ଯୌବନ ଯାଇଛି ସରି ପ୍ରିୟା ମୋର ମାଟିରେ ମିଶିଲା
ତାକୁ ନେଲୁ ତୁ ନ ଶୁଣି ଗୁହାରି
ଚଲା ପଥ କଣ୍ଟକିତ ହେଲା l
ଦୁଃଖ ଦେବୁତ ଦେ ସବୁତ ତୋରି
କରୁଣା ଦୟା ତୋର ସବୁ ଲୀଳା
ନର୍କ ଯନ୍ତ୍ରଣାତ ଦେଇଛୁ ଭରି
ଜଗତରେ ମାଆ ତୋର ଖେଳା ll
ଦେ ଆଶିଷ ପ୍ରଣାମ ଘେନାକରି ll
🥀🥀🥀🥀🥀🥀🥀🥀
🙏ଜୟ ସମଲେଶ୍ୱରୀ ମାଁ🙏 🌺ପ୍ରଫୁଲ୍ଲ କୁମାର ଦାଶ🌺 🍀ଓକିଲ,ସମ୍ବଲପୁର🍀




0 Comments