ମୋ ମା ସମଲେଶ୍ଵରୀ ମାଆ (ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାଶ, ରୀନା କୁଟୀର, ସମ୍ବଲପୁର)

 

           


  🍁ମୋ ମାଁ ସମଲେଶ୍ୱରୀ ମାଆ🍁

🌿🌿🌿🌿🌿🌿🌿🌿🌿

ମାଁ ତୋତେ ଦେଖିନାହିଁ କେବେ 

ଦେଖିନାହିଁ ତୋର ଘର 

ତୋ ରୂପ ମା ମୋ ମନେ ଭାବେ 

ତୁ ହିଁ ମା ମୋ ଆପଣାର l


ତୋରି ଆଶୀର୍ବାଦ ମୋ ଆଶା 

ମୋ ପ୍ରଣାମ ଘେନା କର 

ମୋ ଜୀବନେ ତୁ ହିଁ ଭରସା 

ମାଁ ମୋ ଜୀବନ ହିଁ ତୋର l


ତୋ ମମତା କାହୁଁ ପାଇବି 

ମାଁ ତୋ ପୀଠ ହିଁ ମୋ ଘର 

ଦୁଃଖେ ମାଁ କି ବୋଲି ଡାକିବି 

ମୋ ଉଜୁଡା ଯେ ସଂସାର l


କିଛି ବାଟ ଆଉ ରହିଛି 

ସାଥି ମୋଠୁ ହେଇ ଦୂର 

ମାଁ ସେ ଛାଡି ମୋଠୁ ଯାଇଛି 

ଘେନ ମାଁ ପ୍ରଣାମ ମୋର ll                                                 

☘️☘️☘️☘️☘️☘️☘️☘️

🍁ପ୍ରଫୁଲ୍ଲ କୁମାର ଦାଶ🍁                                              🍁ରୀନା କୁଟୀର,ସମ୍ବଲପୁର🍁

Post a Comment

0 Comments