ଝଙ୍କାର ( ଚିତ୍ରା ରାଣୀ ପାତ୍ର)

    

              


          ।।।ଝଙ୍କାର।।।


ବ୍ରାହ୍ମ ମୁହୂର୍ତ୍ତରେ ଓଁମକାର ନାଦରେ

ଧ୍ୱନୀର ଝଙ୍କାର ଶୁଣି,

ପ୍ରତିଧ୍ୱନୀ ଶୁଭେ ବାର-ବାର କାନେ

ପୁଲକରେ ହୃଦ ଜିଣି। (୧)।।


ପ୍ରଭାତୀ ବେଳାର କୂଜନ ପକ୍ଷୀର

ସ୍ୱରର ଝଙ୍କାର ତୋଳେ,

ମୋ-ମନ ମୟୂରୀ ନାଚିଉଠେ ତେବେ

ସେଇ ସୁର ତାଳେ ତାଳେ। (୨)।।


ମୂରଲୀର ସ୍ଵନ ଝଙ୍କାର ତୋଳଇ

ଯମୁନା କୂଳରେ ଯେବେ,

ବୃଷଭାନୁ ଜେମା ରହିକି ପାରନ୍ତି

ଶ୍ୟାମବିନା ଘରେ କେବେ?। (୩)।।


ସୁରର ଝଙ୍କାର ଝଙ୍କୃତ ହୁଏ

ତନୁ-ମନ-ହୃଦ-ଚିତ୍ତେ,

ବିରହୀ ପ୍ରାଣରେ ଜଗାଏ ପୁଲକ

ଆନନ୍ଦରେ ଭରେ କେତେ। (୪)।।


ଝଙ୍କାର-ଝଙ୍କାରେ-ଝଙ୍କୃତ ହୁଏ

ଗିରି-ବନ-ତରୁ-ଲତା,

କି ଥାଏ ମାଦକ ସେଇ ମୂର୍ଚ୍ଛନାରେ

ହୋଇଯାଆନ୍ତି ବିହ୍ଵଳିତା। (୫)

            ****

।। ଚିତ୍ରା ରାଣୀ ପାତ୍ର।।। 

।।।ବାଲେଶ୍ୱର।।।

Post a Comment

0 Comments